ସାଧୁମୟ ହେବ ଖଣ୍ଡଗିରି ବେଦ ମନ୍ତ୍ରରେ ପ୍ରକମ୍ପିତ ହେବ ସାରା ପରିବେଶ

ଜମିବ ଖଣ୍ଡଗିରି ମେଳା । ସାଧୁସନ୍ଥଙ୍କ ଓଁକାର ଧ୍ୱନିରେ ଖଣ୍ଡଗିରି ପ୍ରକମ୍ପିତ ହେବ । ଚାଲିବ ବେଦ, ଭାଗବତ ଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଚର୍ଚ୍ଚା । ମେଳା ପଡ଼ିଆ ସାଙ୍ଗକୁ ଦୁଲୁକିବ ଯାତ୍ରା ପେଣ୍ଡାଲ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଖଣ୍ଡଗିରି ଅଞ୍ଚଳ । ଆସିଲେଣି ସାଧୁସନ୍ଥ । ଚଳିତ ବର୍ଷର ଖଣ୍ଡଗିରି ମେଳାକୁ ସ୍ୱତନ୍ତ୍ର କରିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା ।

ସାଧୁମୟ ହେବ ପବିତ୍ର ଖଣ୍ଡଗିରି । ଜଳିବ ଅଖଣ୍ଡ ଧ୍ୱନି । ଘଣ୍ଟ ଘଣ୍ଟା ବେଦ ମନ୍ତ୍ରରେ ପ୍ରକମ୍ପିତ ହେବ ସାରା ପରିବେଶ । ଜପ ତପରେ କମ୍ପିବ ତପୋଭୂମି। ଲାଗିଲାଣି ସାଧୁ ମୁନିଙ୍କ ଗହଳି ଚହଳି । ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ଖଣ୍ଡଗିରିରେ ଚାଲିବ ଐତିହାସିକ ଖଣ୍ଡଗିରି କୁମ୍ଭମେଳା ।

ମାଘ ସପ୍ତମୀରୁ ଆରମ୍ଭ ହୋଇ ମାଘ ପୂର୍ଣ୍ଣମୀ ଅର୍ଥାତ୍ ୯ ଦିନ ଧରି ଖଣ୍ଡଗିରିରେ ହେବ ତପ ଜପ । ରାମଚରିତମାନସ, ନାମ ସଂକୀର୍ତ୍ତନ ଓ ବିଶ୍ୱଶାନ୍ତି ମହାଯଜ୍ଞର ମନ୍ତ୍ର ଧ୍ୱନିରେ ପବିତ୍ର ହେବ ସାରା ରାଜ୍ୟ । ଏଥିପାଇଁ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରୁ ପ୍ରାୟ ୫ ଶହ ପଞ୍ଚଦଶନାମୀ ନାଗାସାଧୁ, ବୈଷ୍ଣବ ସାଧୁ, ସନ୍ୟାସିନୀ ଆସିବେ ଖଣ୍ଡଗିରି । ହେବ ଭକ୍ତ ଭଗବାନଙ୍କ ମହାମିଳନ ।

ଅନ୍ୟପଟେ ସବୁବର୍ଷ ଠାରୁ ନିଆରା ହେବ ଚଳିତ ବର୍ଷର ଖଣ୍ଡଗିରି ମେଳା। ଗତବର୍ଷ ମାନଙ୍କରେ ସାଧୁ ମାନଙ୍କ ପାଇଁ ନଥିଲା ପିଇବା ପାଣି ବ୍ୟବସ୍ତା । ନଥିଲା ବିଜୁଳି । କିନ୍ତୁ ଚଳିତବର୍ଷ ନୂତନ ସରକାରରେ ହୋଇଛି ସମସ୍ତ ବନ୍ଦୋବସ୍ତ ।

Leave a Reply

Your email address will not be published. Required fields are marked *